ସୁନ୍ଦରଗଡ,୨୧।୭(ଓଡିଶାମେଲ): ବିଧାୟିକା ଭାବେ କୁସୁମ ଟେଟେ ନିର୍ବାଚିତ ହେବା ପରେ ଭାଗବତ ମନ୍ଦିର କମିଟିର ଅନୁରୋଧ ରକ୍ଷା କରି ବିଧାୟିକା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ପଟେଲ ମନ୍ଦିର ପରିସର ବୁଲି ଦେଖିଥିଲେ । ଏହି ସମୟରେ ମନ୍ଦିର ଭିତରେ ଥିବା କେତେକ ନବୀକରଣ କାର୍ଯ୍ୟ ପାଇଁ କମିଟି ବିଧାୟିକା ଟେଟେଙ୍କୁ ଜଣାଇଥିଲା । ବିଧାୟିକାଙ୍କ ପ୍ରଚେଷ୍ଟାରେ ଏନଟିପିସି (ଡୁଲିଙ୍ଗା କୋଇଲା ଖଣି )ର ପାରିପାର୍ଶ୍ବିକ ବିକାଶ ପାଣ୍ଠିରୁ ଭାଗବତ ମନ୍ଦିର ଉନ୍ନତିକରଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ପବିତ୍ର ବାହୁଡା଼ରେ ମନ୍ଦିର କମିଟି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟିକା କୁସୁମ ଟେଟେ ଯୋଗଦେବା ସହ ଏହି ନବୀକରଣ କାର୍ଯ୍ୟର ଶୁଭ ଦେଇଥିଲେ । ଏହି ଅବସରରେ ମନ୍ଦିର ପରିସରରେ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ମଧ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ତରଫରୁ ଶିବଶଙ୍କର ଭିତିରିଆ, ଆଦିତ୍ୟ ସରାଫ, ଅଶୋକ ମହାନ୍ତି, ଜଗଦୀଶ ସରାଫ, ରାସ ବିହାରୀ ସରାଫ, ଦୀନବନ୍ଧୁ ଭିତିରିଆ, ଦେବେନ ଅମାତ, ଗୋବିନ୍ଦ ପାତ୍ର, ରାହୁଲ ସରାଫ, ଗଣେଶ ନାପିତ, କୃଷ୍ଣଚନ୍ଦ୍ର ସିଂ, ନିଖିଲ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here