ରେଢାଖୋଲ, ୨୧।୭ (ଓଡିଶାମେଲ): ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ଯୁଗ୍ମ ନିର୍ଦ୍ଧେଶକ ତଥା ସମ୍ବଲପୁର ଜିଲ୍ଲା ନୋଡାଲ ଅପିଂସର ଶୈଳେଶ ରଂଜନ ପଟ୍ଟନାଏକ ୩ ଦିନିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି ବୁଧବାର ରେଢାଖୋଲ କୃଷି ଜିଲ୍ଲାରେ ବର୍ଷା ଅଭାବରୁ ଦେଖାଦେଇଥିବା ମରୁଡି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣଙ୍କ ନିର୍ଦ୍ଧେଶକ୍ରମେ ଯୁଗ୍ମ ନିର୍ଦ୍ଧେଶକ ଶ୍ରୀ ପଟ୍ଟନାଏକ ବୁଧବାର ରେଢାଖୋଲ ବ୍ଲକର ମୋଚିବାହାଳ, ଚାରମାଳ, ଲୁହାପଙ୍କ, କଦଳିଗଡ, ବଡବାହାଳ, କୁକୁଡାବାହାଳି ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ବର୍ଷାଭାବ ଯୋଗୁ୍ଁ ଚାଷ କାର୍ଯ୍ୟରେ ଦେଖାଦେଇଥିବା ସମସ୍ୟାକୁ ଅନୁଧ୍ୟାନ କରିବା ସହ ଚାଷିମାନଙ୍କ ସହିତ ଆଲୋଚନା କରି ସମ୍ଭ୍ୟାବ ପରିସ୍ଥିତିରେ କଣ ପଦକ୍ଷେପ ନିଆଗଲେ ଚାଷିମାନେ ଉପକୃତ ହୋଇପାରିବେ ସେ ନେଇ ଚାଷିମାନଙ୍କ ମତାମତ ନେଇଥିଲେ । ଚାରମାଳ ପଂଚାୟତର ଖୁବେଲ ଗ୍ରାମର ଉଠାଜଳସେଚନ ପ୍ରକଳ୍ପ ଗୁଡିକ ବୁଲିଦେଖିବା ସହ ଏଗୁଡିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପାଣିପଂଚାୟତର କର୍ମକର୍ତ୍ତା ମାନଙ୍କୁ କହିଥିଲେ । ଅଣ ଋଣୀ ଚାଷୀମାନେ ପ୍ରଧାନମନ୍ତ୍ରୀ ପଂସଲବୀମା ଯୋଜନାରେ ବୀମା କରିବାକୁ ପରାମର୍ଶ ଦେବା ସହ ଚାରମାଳ ସହଜ ଜନ ସେବାକେନ୍ଦ୍ରକୁ ଯାଇ ଆଲୋଚନା କରିଥିଲେ । ଲୁହାପଙ୍କ ସେବା ସମବାୟ ସମିତିକୁ ପରିଦର୍ଶନ କରିବା ସହ ଉଦ୍ୟାନବିଭାଗ ନର୍ସରୀ ବୁଲି ଦେଖିଥିଲେ । ଯୁଗ୍ମ ନିର୍ଦ୍ଧେଶକଙ୍କ ସହିତ ରେଢାଖୋଲ କୃଷି ଜିଲ୍ଲା ଅଧିକାରୀ ଦିଲ୍ଲୀପ କୁମାର ନାୟକ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜଗନ୍ନାଥ ଦାଶ, ଯୋଜନା ଅଧିକାରୀ ଟଙ୍କଧର ନାଗ, ସହକାରୀ କୃଷି ଅଧିକାରୀ ଗଗନବିହାରୀ ନାୟକ ଙ୍କ ସମେତ କ୍ଷେତ୍ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here