ରେଢାଖୋଲ, ୨୧।୭ (ଓଡିଶାମେଲ): ରେଢାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅଧିନ ଶୁଆନି ଜଙ୍ଗଲରେ ଶିକାର କରୁଥିବା ବେଳେ ବନ କର୍ମଚାରୀ ଚଢାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି । ଗିରଫ ଶିକାରୀ ହେଲେ ବଡହିଣ୍ଡୋଲ ଗ୍ରାମର କୃଷ୍ଣ ଭୋଇ ବୋଲି ରେଞ୍ଜ ଅଧିକାରୀ ଦର୍ଶନିଆ ଭୋଇ ସୂଚନା ଦେଇଛନ୍ତି । ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଓ ଗୁଳି ଜବତ ହୋଇଛି । ଏ ନେଇ ଏକ ମାମଲା (ନଂ. ୨୨/୨୧) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here