ଭଟଲି,୨୧।୭(ଓଡ଼ିଶାମେଲ)- ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ଭଟଲି ଶ୍ରୀଶ୍ରୀ ଦଧିବାମନଙ୍କ ସୂନାବେଶ ବୁଧବାର ଏକାଦଶୀ ଅବସରରେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଯୋଗୁ ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇନଥିଲା । ତେବେ ସୁନାବେଶ ଦର୍ଶନ ପାଇଁ ଭକ୍ତ ଶ୍ରୀ ମନ୍ଦିରକୁ ଯାଇଥିବାବେଳେ କରୋନା କଟକଣା ଆଧାରରେ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା ।ଏହି ଅବସରରେ ଆଜି ପ୍ରତ୍ୟୁଷରୁ ମହାପ୍ରଭୁଙ୍କୁ ଦୈନିକ ପୂଜାନୀତି ସମାପନ ପରେ ସୁନାବେଶରେ ସଜ୍ଜିତ କରାଯାଇଥିଲା । ଏଥିରେ ତାଙ୍କୁ ସୁନା ମୁକୁଟ, ସୁନା ତିଳକ, ସୁନା ପଇତା ଆଦି ଧାରଣ କରାଯାଇଥିଲା । ଏତେଦିନ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିବା ଭକ୍ତ ଦଧିବାମନଙ୍କୁ ସୁନାବେଶରେ ଦର୍ଶନ ପାଇ ନିଜକୁ ଧନ୍ୟ ମାନିଥିଲେ ।

LEAVE A REPLY

Please enter your comment!
Please enter your name here