ବିଜେପୁର ୨୧।୭(ଓଡିଶାମେଲ: ବରଗଡ଼ ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ଜଣେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଫଳରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ବୁଧବାର ଗିରଫ କରିଛି। ଅଭିଯୁକ୍ତ ଯୁବକ ହେଲେ ବିଜେପୁରର ଲିପୁନ ବେଲଘରିଆ (୧୮)। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଯୁବକ ଲିପୁନ ବେଲଘରିଆ ସଂପ୍ରୁକ୍ତ ନାବାଳିକାଙ୍କୁ ତାଙ୍କର ଘରେ ଏକୁଟିଆ ଦେଖି ବାଇକରେ ବସାଇ ଅନ୍ୟତ୍ର ନେଇ ଯାଇଥିଲେ। ନିଛାଟିଆ ସ୍ଥାନରେ ନାବାଳିକାଙ୍କୁ ସେ ବଳାତ୍କାର କରି ଫେରାର ହୋଇ ଯାଇଥିଲେ। ସଂପ୍ରୁକ୍ତ ନାବାଳିକା ବହୁ କଷ୍ଟରେ ଘଟଣା ସ୍ଥଳରୁ ଆସି ବିଜେପୁର ବରଗଡ଼ ମୁଖ୍ଯ ରାସ୍ତାକୁ ପହଞ୍ଚି ଅଚେତ ହୋଇ ଯାଇଥିଲେ। ଫଳରେ ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ହସପିଟାଲ ନେଇଥିଲେ। ପୋଲିସ ଖବର ପାଇ ନାବାଳିକାଙ୍କୁ ଚିକିତ୍ସା କରାଇଥିଲା। ପରେ ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ଆଣି ଜେରା କରିଥିଲା। ବୁଧବାର ଅପରାହ୍ନରେ ସଂପ୍ରୁକ୍ତ ଯୁବକଙ୍କୁ ପୋଲିସ ସାଇଣ୍ଟିଫିକ ଟିମ୍ ସହିତ ଘଟଣା ସ୍ଥଳକୁ ନେଇଥିଲା। ସେଠାରେ ଅଭିଯୁକ୍ତ ଯୁବକ ଘଟଣା ସଂପର୍କରେ ପୋଲିସକୁ ପ୍ରକାଶ କରିଥିଲା। ନାବାଳିକାର ଅଭିଯୋଗ ଅନୁଯାୟୀ ପୋଲିସ କେସ ନଂ ୧୨୭/୨୧ରେ(୩୭୬(୩), ଆଇପିସି, ୪ପୋସକୋଏକ୍ଟ, ୩(୨)( ଭି) ଏସସି/ଏସଟି ଏକ୍ଟରେ) ଏକ ମାମଲା ରୁଜୁକରି ତଦନ୍ତ କରୁଛି। ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି। ଗୁରୁବାର ଅଭିଯୁକ୍ତ ଯୁବକଙ୍କୁ ସୋହେଲା କୋର୍ଟକୁ ଚାଲାଣ କରାଯିବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here