ରେଢାଖୋଲ, ୨୨।୭ (ଓଡିଶାମେଲ): ରେଢାଖୋଲ ଅବକାରୀ ବିଭାଗ ବୁଧବାର ଅପରାହ୍ନରେ କନ୍ଧରା ଗ୍ରାମର ଶିବ ପ୍ରଧାନ (୫୨)ଙ୍କ ଠାରୁ ୭ କେଜି ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରିଛି । ଏ ନେଇ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ରେଢାଖୋଲ ଏଡିଜେଙ୍କ ଅଦାଲତକୁ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନ କରା ନ ଯିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନାମତେ, ଅବକାରୀ ଇନ୍ସପେକ୍ଟର ଅନ୍ନପୁର୍ଣ୍ଣା ରଥ, ସବ ଇନ୍ସପେକ୍ଟର ବିଷ୍ଣୁଚରଣ ମଲ୍ଲୀକ, କନେଷ୍ଟବଳ ମୋହନ ବେହେରା, ଶ୍ୟାମ ଭୋଇ ପ୍ରମୁଖ କଦଳିଗଡ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ କନ୍ଧରା ଗ୍ରାମ ନିକଟରେ ଶିବ ଏକ ଜରି ବସ୍ତାରେ ୭ କେ.ଜି ଗଞ୍ଜେଇ ଧରି ଚାଲି ଚାଲି ଯାଉଥିଲେ । ଅବକାରୀ କର୍ମଚାରୀଙ୍କ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ଜରିବସ୍ତାରେ ଗଞ୍ଜେଇ ଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here