ତେଲକୋଇ,୨୪।୭ (ଓଡିଶାମେଲ): ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ ନାଳରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ପୁରୁଣାପାଣି ଗାଁର ଗୁରୁଦେବ ନାୟକ (୪୫)। ଶୁକ୍ରବାର ସକାଳେ ଜମିକୁ ହଳ କରିବା ପାଇଁ ଗୁରୁଦେବ, ତାଙ୍କ ବାପା ଓ ସାନଭାଇ ଜାମ୍ବୁଧର ନାଳ ସେପଟକୁ ଯାଇଥିଲେ । ଗୁରୁଦେବ ବାପା ଓ ସାନଭାଇଙ୍କ ପାଇଁ ଖାଇବା ନେଵାକୁ ଘରକୁ ନାଳ ପାର ହୋଇ ଆସୂଥିଲେ । ହଠାତ ନାଳରେ ବଢ଼ି ଆସି ଯିବାରୁ ତାଙ୍କୁ ଭସାଇ ନେଇଥିଲା । ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ । ଶନିବାର ସକାଳେ ଗାଁ ନିକଟ ଜାମ୍ବୁଧର ନାଳ ସଂଯୋଗ କରୁଥିବା ମହାଦେଇ ଡ୍ୟାମରେ ଗାଁ ଲୋକେ ଶବ ଭାସୁଥିବା ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲକୁ ଆଣିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here