ବିଜେପୁର ୧୫।୮ (ଓଡିଶାମେଲ): ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ ୭୫ତମ ସ୍ବାଧୀନତା ଦିବସ ରବିବାର ପାଳିତ ହୋଇ ଯାଇଛି। ସ୍ଥାନୀୟ ଏନଏସି ସଦରମହକୁମା ଅନ୍ତର୍ଗତ ବାଉଁଶପୋଲାରେ ଯୁବଗୋଷ୍ଠୀଙ୍କ ଉଦ୍ୟମରେ ପ୍ରଥମ କରି ତ୍ରିରଙ୍ଗା ପତାକା ଉଡିଛି। ସ୍ଥାନୀୟ ବିଦ୍ଯାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ ପୁରୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଯୁବଗୋଷ୍ଠୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଗାଁରେ ଶାନ୍ତି ଏକତା ପ୍ରତିଷ୍ଠା କରିବାରେ ଯୁବଗୋଷ୍ଠୀଙ୍କ ପ୍ରମୁଖ ଭୂମିକା ରହିଥିବାରୁ ଏଥିପ୍ରତି ସେମାନେ ନିଶ୍ଚିତ ଭାବେ ଯତ୍ନବାନ୍ ହେବେ ବୋଲି ମୁଖ୍ଯ ଅତିଥି ଉଦବୋଧନ ଦେଇଥିଲେ। ଭୈରବ ଭୁଏ, ଆନନ୍ଦ ବିଶି ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ସୁପ୍ରସିଦ୍ଧ ସଂକୀର୍ତ୍ତନ୍ୟ ଗାୟକ ଜମାଦାର ବେହେରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରି ଗ୍ରାମବାସୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। କାର୍ଯ୍ୟକ୍ରମକୁ ସମୀର ସୁନା ସଂଯୋଜନା କରିଥିଲେ। ପ୍ରକାଶ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ। କୋଭିଡ କଟକଣା ମଧ୍ଯରେ ଆବାଳବୃଦ୍ଧବନିତାଙ୍କୁ ଏକଜୁଟ୍ କରି ପ୍ରଥମ ଭାବେ ଗାଁରେ ଗୁଣଗାନ ନିମିତ୍ତ ତ୍ରିରଙ୍ଗା ପତାକା ଉଡ଼ାଇଥିବାରୁ ଗ୍ରାମବାସୀ ଯୁବଗୋଷ୍ଠୀଙ୍କର ପ୍ରଶଂସା କରିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ବିଡିଓ ପଦ୍ମନାଭ ସାମନ୍ତ ରାୟ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଅଶ୍ବିନୀ ଦାଶ, ଏନଏସି କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ଏକ୍କା, ଥାନାରେ ଥାନାଧିକାରୀ ସନୟ କୁମାର ନାଏକ, ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଡା ସୁଶାନ୍ତ ମେହେର ପ୍ରମୁଖ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ପ୍ରତିଷ୍ଠାନରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇ ଯାଇଛି। ପରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସମଲାଇପଦର ନିକଟସ୍ଥ ପାର୍ବତୀ ଗିରି ଅନାଥା ବ୍ରୁଦ୍ଧାଶ୍ରମରେ ଏବଂ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ବିଡିଓ ପଦ୍ମନାଭ ସାମନ୍ତରାୟ ଫଳ ବଣ୍ଟନ କରିଥିଲେ।

LEAVE A REPLY

Please enter your comment!
Please enter your name here