ପାଇକମାଳ, ୩।୯ (ଓଡିଶାମେଲ): ପାଇକମାଳ ଦୁର୍ଗା ମନ୍ଦିରର ପୂଜକଙ୍କ ନାମରେ ଅସଦାଚରଣ ଉଦ୍ୟମ କରିଥିବା ନେଇ ପାଇକମାଳ ଥାନାରେ ପୀଡିତା ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପାଇକମାଳ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୂଜକ ଦିଗମ୍ବର ଦେବତା (୪୦)ଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ, ପୂଜକ ଶ୍ରୀ ଦେବତା ଜନୈକ ବିବାହିତା ମହିଳାଙ୍କୁ ତୋର ଅତିଶିଘ୍ର ବିଧବା ଯୋଗ ଅଛି ବୋଲି ମନ୍ଦିରରେ ତାର ହାତ ଦେଖି କହିଥିଲେ । ଏହାର ଉପଚାର କରିବାକୁ ହେଲେ ରାତିରେ ମନ୍ଦିରକୁ ଆସିବୁ। ତତେ ମାଁଙ୍କର ଗୋଟିଏ ଡେଉୁଁରିଆ ଦିଆଯିବ ବୋଲି ପୂଜକ କହିଥିଲେ। ମହିଳା ଜଣଙ୍କ ନିଜର ସ୍ବାମୀଙ୍କ ମଙ୍ଗଳ ପାଇଁ ବୁଧବାର ରାତିରେ ମନ୍ଦିରକୁ ଆସିଥିଲେ । ଏହାର ସୂଯୋଗ ନେଇ ପୂଜକ ମହିଳାକୁ ମନ୍ଦିରରେ ଅସଦାଚରଣ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଶୁକ୍ରବାର ପଦ୍ମପୁରରେ ଅଭିଯୁକ୍ତଙ୍କ ଡାକ୍ତରମାଇନା କରାଯାଇଥିବା ବେଳେ ପଦ୍ମପୁର ଏସଡିଜେଏମଙ୍କ ନିକଟରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଛି । ଶନିବାର ଅଭିଯୁକ୍ତଙ୍କୁ ପଦ୍ମପୁର କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ବିଶ୍ବଜିତ୍ ମନବୋଧ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here