ଭୁବନେଶ୍ବର, ୨୭।୯ (ଓଡିଶାମେଲ):  ସଂଯୁକ୍ତ କିସାନ ମୋର୍ଚ୍ଚାର ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ସୋମବାର ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହୋଇଛି । ରାଜ୍ୟ ରାଜଧାନୀ ଭୁବନେଶ୍ବର ସମେତ ବରଗଡ଼, ରାଉରକେଲା, ସୁବର୍ଣ୍ଣପୁର, ବଲାଙ୍ଗୀର, ସୁନ୍ଦରଗଡ, ସମ୍ବଲପୁର, କଟକ, ବାଲେଶ୍ବର ଭଳି ପ୍ରମୁଖ ଜିଲାରେ ଏହି ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । କଂଗ୍ରେସ, ବାମପନ୍ଥୀ, ଅାମ୍ ଅାଦମୀ ପାର୍ଟିର କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ବରଗଡ଼ ଗାନ୍ଧୀଛକ ସମେତ ଜିଲାର ଅନେକ ସ୍ଥାନରେ ବିଭିନ୍ନ ଚାଷୀ ସଂଗଠନ ଗୁଡ଼ିକ ରାସ୍ତାକୁ ଓହ୍ଲାଇଛନ୍ତି । ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ପିକେଟିଂ କରି ସ୍ଥାନୀୟ ପେଟ୍ରୋଲ ପମ୍ପ ଏବଂ ସରକାରୀ ଅଫିସ ଗୁଡିକୁ ବନ୍ଦ କରି ଦିଆଯାଇଥିବା ଦେଖିବାକୁ ମିଳିଛି। ତେବେ ଅତ୍ୟାବଶ୍ୟକୀୟ ତଥା ଜରୁରୀକାଳୀନ ସେବା ଯୋଗାଉଥିବା ଅଫିସ, ଗାଡି ଆଦିକୁ ଏଥିରୁ ବାଦ୍ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଥିବା ପରିଲକ୍ଷିତ ହୋଇଛି।

LEAVE A REPLY

Please enter your comment!
Please enter your name here