ପଦ୍ମପୁର, ୨୭।୯ (ଓଡିଶାମେଲ): ପାଇକମାଳ ବ୍ଲକ ଅନ୍ତର୍ଗତ ହରିଡାଟାଳ ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି । ଦୁଇଟି ହାତୀ କେତେକ ଚାଷୀଙ୍କ ଧାନ ଫସଲ ନଷ୍ଟ କରିଥିବା ଦେଖାଯାଇଛି । ବ୍ୟାପକ ଫସଲ କ୍ଷତି ହୋଇଥିବାରୁ ଚାଷୀମାନେ ସ୍ଥାନୀୟ ଜଙ୍ଗଲ ବିଭାଗକୁ ଲିଖିତ ଅଭିଯୋଗ କରିଛନ୍ତି । ମହେନ୍ଦ୍ର ନାୟକ, ରବିଶଙ୍କର ନାୟକ, ଦିଲିପ୍ ନାୟକ, ନନ୍ଦଳାଲ୍ ନାୟକ ପ୍ରମୁଖ ଚାଷୀମାନେ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି ।
ରିପୋର୍ଟ: କୁଞ୍ଜବିହାରୀ ସାହୁ

LEAVE A REPLY

Please enter your comment!
Please enter your name here