ଭୁବନେଶ୍ୱର,୨୭।୯(ଓଡିଶାମେଲ)- ଭୁବନେଶ୍ବର କ୍ଲବ ସଭାପତି ଭାବେ ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ନିର୍ବାଚିନ ହୋଇଛନ୍ତି। ନବନିର୍ବାଚିତ ସଭାପତି ଅସିତ ତାଙ୍କ ପ୍ରତିଦ୍ବନ୍ଦୀ ଅବସରପ୍ରାପ୍ତ ଆଇଏଏସ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ପରାସ୍ତ କରି ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି କ୍ଲବର ସଭାପତି ନିର୍ବାଚନ ପାଇଁ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରୁଥିଲେ । ତେବେ ନିର୍ବାଚନରେ ମୋଟ ୧୨୭୪ଟି ଭୋଟ ପଡ଼ିଥିବା ବେଳେ ଅସିତ ତ୍ରିପାଠୀଙ୍କୁ ୭୭୬ ଖଣ୍ଡ ମିଳିଥିବା। ବିଜୟଙ୍କୁ ୪୯୮ଖଣ୍ଡ ଭୋଟ ମିଳିଥିଲା । ଫଳରେ ଅସିତ ୨୭୮ ଖଣ୍ଡ ଭୋଟରେ ବିଜୟୀ ହୋଇ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚିତ ହୋଇଛନ୍ତି । ସଭାପତି ଭାବରେ ନିର୍ବାଚିତ ହେବା ପରେ ଅସୀତ ତ୍ରିପାଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭୁବନେଶ୍ୱର କ୍ଳବ କେବଳ ରେଷ୍ଟୁରାଣ୍ଟ ଓ ବାର ହୋଇ ନ ରହୁ । ଯେମିତି ବଡ଼ ବଡ଼ ସହରରେ ରିକ୍ରିଏସନ, ଏଜୁକେସନ, କଲଚରାଲ କାର୍ଯ୍ୟକ୍ରମ ପାଇଁ ସୁଯୋଗ ରହିଛି ଭୁବନେଶ୍ୱର କ୍ଲବକୁ ମଧ୍ୟ ସେହିଭଳି ପ୍ରସ୍ତୁତ କରାଯିବ। ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟର, ଜିମ ଖାନା କ୍ଳବ ଭଳି ଏହାକୁ ବହୁମୁଖୀ କ୍ଳବ କରିବା ପାଇଁ ମୁଁ ଓ ମୋର ଟିମ ଉଦ୍ୟମ କରିବୁ ବୋଲି ଅସୀତ ତ୍ରିପାଠୀ କହିଛନ୍ତି । ତେବେ ଯୁଗ୍ମ ସମ୍ପାଦକ ଭାବରେ ଅଶୋକ ମିଶ୍ର ବିଜୟ ଲାଭ କରିଥିବା ବେଳେ ଉପସଭାପତି ଭାବରେ ମହେନ୍ଦ୍ର ଗୁପ୍ତା ନିର୍ବାଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here