ସୁବର୍ଣ୍ଣପୁର, ୨୭।୯ (ଓଡିଶାମେଲ): ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଆଜି ସନ୍ଧ୍ୟାରେ ସୋନପୁର ପ୍ରିଣ୍ଟ ମିଡ଼ିଆ ଫୋରମ ତରଫରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ସ୍ବର୍ଗତ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ସ୍ବର୍ଗତ ଦାସଙ୍କ ନିର୍ଭିକ ସାମ୍ବାଦିକତା ଓ ନିରପେକ୍ଷତା ଉପରେ ଶୋକ ସଭାରେ ଉପସ୍ଥିତ ସାମ୍ବାଦିକ ମାନେ ମତବ୍ୟକ୍ତ କରିଥିଲେ l ଅରିନ୍ଦମ ସବୁବେଳେ ରିସ୍କ ନେଇ ନିଜ ଜୀବନକୁ ବାଜି ଲଗାଇ ରିପୋର୍ଟିଂ କରୁଥିଲେ l ବାତ୍ୟା, ବଢ଼ି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟର ଲାଇଭ ରିପୋର୍ଟିଂ କରୁଥିଲେ l ଆଜି ହଠାତ ତାଙ୍କ ମୃତ୍ୟ ଖବର ଶୁଣି ବିଶ୍ୱାସ କରିହେଲା ନାହିଁ l ଦେଶ ପାଇଁ, ସମାଜ ପାଇଁ କାର୍ଯ୍ୟ କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା ନିର୍ଭିକ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଜଣେ କାଳଜୟୀ ସାମ୍ବାଦିକ ଭାବେ ବକ୍ତାମାନେ ମତବ୍ୟକ୍ତ କରିଥିଲେ l ଶ୍ରୀ ଦାସଙ୍କ ନିଷ୍ଠା, ଦୃଢ ଇଛା ଶକ୍ତି ଆଗାମୀ ଯୁବ ସାମ୍ବାଦିକଙ୍କୁ ପ୍ରେରଣା ଦେବ ବୋଲି ମତ ରଖିଥିଲେ l ଏହି ଶୋକ ସଭାରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରତାପ ପୁରୋହିତ, ରଶ୍ମିରଂଜନ ଦାସ ଓ ଲଡ଼ୁକିଶୋର ମଲ୍ଲିକଙ୍କ ସମେତ ସାମ୍ବାଦିକ ବିନୟ ରଂଜନ ପ୍ରଧାନ ମନୋରଞ୍ଜନ ତ୍ରିପାଠୀ, ପ୍ରକାଶ ଵେବର୍ତ୍ତା, ସଞ୍ଜୟ ସାହୁ, ସତ୍ୟବ୍ରତ ପ୍ରଧାନ, ନବ ମିଶ୍ର, ସନ୍ତୋଷ ମିଶ୍ର, ରାଜକିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ପିତାମ୍ବର ମହାପାତ୍ର, ଯୁଧିଷ୍ଠିର ସାହୁ, ନିରଞ୍ଜନ ଭୋଇ, ନରେନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥଲେ ।

LEAVE A REPLY

Please enter your comment!
Please enter your name here