ବିଜେପୁର ୨୫/୧୦(ଓଡିଶାମେଲ) ବରଗଡ଼ ଜିଲ୍ଲା ବିଜେପୁର ଏନଏସି ସଦରମହକୁମା ସ୍ଥିତ ଉଦୀୟମାନ ଯୁବକ ସଂଘ ପରିସରରେ କୋଶଳିଆ ମାଳୀ ସମାଜର ବିଜେପୁର ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ। ଯାଇଛି। ମକ୍ତା ପଟେଲଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ବିଜେପୁର, ଗୁଡିମୁଣ୍ଡା, ଚାରପାଲି, କଲଙ୍ଗାପାଲି, କର୍ଲେ, ରାମପୁର ଗ୍ରାମରୁ ବହୁ ଲୋକ ଯୋଗଦେଇ ଥିଲେ। ସାମାଜିକ ରୀତିନୀତିରେ କୁସଂସ୍କାର ଓ ବାହ୍ୟ ଆଡମ୍ବର ବର୍ଜନ ପୂର୍ବକ ଏକ ସୁସ୍ଥ, ଉନ୍ନତ ସମାଜ ଗଠନ ଦିଗରେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ଭୂମିକା ସଂପର୍କରେ ସୁଶାନ୍ତ ପଟେଲ ଆଲୋଚନା କରିଥିଲେ। ସେହିପରି କୌଳିକ ବ୍ରୁତ୍ତିରେ ଉନ୍ନତି ଆଣିବା ନିମିତ୍ତ ବୈଜ୍ଞାନିକ ଜ୍ଞାନ କୌଶଳ ଆପଣେଇବା ସଂପର୍କରେ ଆଇନଜୀବୀ ଯଦୁମଣି ପଟେଲ ଆଲୋକପାତ କରିଥିଲେ। ବିଜେପୁରରେ ସମାଜର ଏକ ସ୍ଥାୟୀ କାର୍ଯ୍ୟାଳୟ ଖୋଲିବାକୁ ପ୍ରସ୍ତାବ ହୋଇଥିଲା। ନିକୁଞ୍ଜ ପଟେଲ, ପ୍ରଶାନ୍ତ ପଟେଲ, ରସିକ ପଟେଲ, ବିହାରୀ ପଟେଲ, କ୍ଷମାନିଧି ପଟେଲ, ଗିରିଶ ପଟେଲ, ସୁଧାଂଶୁ ଚୌଧୁରୀ, ପ୍ରମୋଦ ପଟେଲ ପ୍ରମୁଖଙ୍କୁ ନେଇ ଏକ ଜୋନାଲ କମିଟି ଗଠନ କରାଗଲା। ରଣଜିତ ପଟେଲ ବୈଠକକୁ ସଂଚାଳନ କରିଥିଲେ। ପ୍ରେମରାଜ ପଟେଲ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here