ଭଟଲି,୨୬।୧୦(ଓଡ଼ିଶାମେଲ)- ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଏକ ଅଣ ଜଳସେଚିତ ଅଞ୍ଚଳ ଅଟେ । ଅଞ୍ଚଳର ଚାଷୀମାନେ ଚାଷ କାର୍ଯ୍ୟ ପାଇଁ କେବଳ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି । ମାତ୍ର ସାମ୍ପ୍ରତିକ ପରିସ୍ଥିତି ରେ ଠିକ୍ ସମୟରେ ବର୍ଷା ଅଭାବରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ଓ ଇ.ଏସ୍.ଆଇ ସୁଶାନ୍ତ ସିଂ ନିଜ ଦରଦି ହୃଦୟକୁ ପରିପ୍ରକାଶ କରିଛନ୍ତି । ମଙ୍ଗଳବାର ବରଗଡ଼ ଜିଲ୍ଲା ଭଟଲି ବ୍ଳକ୍ ଖରମୁଣ୍ଡା ଗ୍ରାମରେ ୫୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଖରମୁଣ୍ଡା-୩ ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପ ଫଳରେ ଜୀରା ନଦୀରୁ ପାଣି ଉଠି ଖରମୁଣ୍ଡା ଓ ରସାଲି ଗ୍ରାମର ପ୍ରାୟ ୧୦୦ ଏକର ଜମି ଜଳସେଚିତ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ନିତ୍ୟାନନ୍ଦ ପଧାନ, ବ୍ଳକ୍ ଅଧ୍ଯକ୍ଷ ପ୍ରେମାବତୀ ସା, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠୀ, ଭଟଲି ବ୍ଳକ୍ ବି.ଜେ.ଡି ସଭାପତି ଗୋବିନ୍ଦ ପଧାନ, ଜିତେନ୍ଦ୍ର ନାରାୟଣ ମିଶ୍ର ଏବଂ ଉଭୟ ଗ୍ରାମର ଚାଷୀ ଓ ଭଦ୍ରବ୍ୟକ୍ତି ବୃନ୍ଦ ଉପସ୍ଥିତ ଥିଲେ । ତେବେ ଉପସ୍ଥିତ ଚାଷୀମାନେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏତାଦୃଶ ସେବାକୁ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here