ବିଜେପୁର,୨୬।୧୦(ଓଡିଶାମେଲ)- ଜନତାଙ୍କ ସେବା ନିମିତ୍ତ ନେତା ସମର୍ପିତ ହେବା ଆବଶ୍ଯକ । କାହିଁକିନା ନିଜର ତଥା ଅଞ୍ଚଳର ସେବା କରିବାକୁ ସେମାନେ ନେତାଙ୍କୁ ଚୟନ କରିଥାନ୍ତି । ଏହି ଆଦର୍ଶର ସଫଳ ରୂପାୟନ ପାଇଁ ମୁଖ୍ଯମନ୍ତ୍ରୀ ନିଜର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜନସାଧାରଣଙ୍କ ପ୍ରତି ସେବା ମନୋଭାବ ଧାରାକୁ ବଜାୟ ରଖିବାକୁ ସେବା ସପ୍ତାହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ବିଜେପୁର ନିର୍ବାଚନ ମଣ୍ଡଳୀର ସଦରମହକୁମାରେ ସ୍ବଛତା ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଓ ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସବୁଠୁଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ ବିଧାୟିକା ରୀତା ସାହୁ। କରୋନା କଟକଣା ଯୋଗୁଁ ହାତରେ ଗ୍ଲୋବ ଓ ମୁହଁରେ ମାକ୍ସ ପରିଧାନ କରି ବିଧାୟିକା ନିର୍ବିକାର ଭାବରେ ସ୍ବାସ୍ଥ୍ଯ କେନ୍ଦ୍ର ଓ କଲେଜ ପରିସର ସଫେଇ କରିବା ସମସ୍ତଙ୍କୁ ଚକିତ କରିଦେଇଥିଲା । ବିଧାୟିକାଙ୍କ ଏତାଦୃଶ କାର୍ଯ୍ୟ ଦେଖି ଉପସ୍ଥିତ ନେତା ଓ କର୍ମୀଗଣ ଉତ୍ସାହିତ ହୋଇ ସଫେଇ କରୁଥିବା ପରିଲକ୍ଷିତ ହୋଇଥିଲା । ବରଗଡ଼ ଜିଲ୍ଲା ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ, ମହିଳା ସଭାପତି ମିନୁ ଶର୍ମା, ବିଜେଡି ଜିଲ୍ଲା ମହିଳା ସଂଗଠନର ସଂଯୋଜିକା ରଶ୍ମିତା ମେହେର, ଦେବାନନ୍ଦ ଗଡତୀୟା, ପୂର୍ବତନ ବ୍ଲକ ଅଧ୍ଯକ୍ଷ ମୋତିରାମ ସାହୁ, ଶକୁନ୍ତଳା ମହାପାତ୍ର, ରଙ୍ଗିଣୀ ମାହାଣା, ସଞ୍ଜୀବ ପଣ୍ଡାଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀଗଣ ଏହି ସମାରୋହରେ ସାମିଲ୍ ହୋଇଥିଲେ।

LEAVE A REPLY

Please enter your comment!
Please enter your name here