ନୂଆଦିଲ୍ଲୀ, ୨୭ ।୧୦: ଆଜି ବିଶିଷ୍ଟ ଗାନ୍ଧୀବାଦୀ ଏସ୍‍. ଏନ୍‍. ସୁବାରାଓଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ଦେଶର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ସୁବାରାଓ ଭାଇଜୀ ନାମରେ ପରିଚିତ ଥିଲେ । ଭାରତର ସ୍ୱାଧୀନତା ପୂର୍ବରୁ ସେ ଛାତ୍ର ଜୀବନରୁ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ମହାତ୍ମାଗାନ୍ଧୀଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଖଦି ପିନ୍ଧିବା ଆରମ୍ଭ କଲେ ଏବଂ ସାରା ଜୀବନ ଗାନ୍ଧୀଙ୍କ ଆଦର୍ଶ ସହିତ ଜଡିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here