ବିଜେପୁର, ୫|୧୧(ଓଡିଶାମେଲ) -ବରଗଡ଼ ଜିଲ୍ଲା ବିଜେପୁର ଏନଏସି ସଦରମହକୁମାରେ ଶ୍ଯାମାକାଳୀଙ୍କ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବୁଧବାର ସନ୍ଧ୍ଯାରେ ଦାମୋଦର କଟାରୁ କଳସ ଶୋବାଯାତ୍ରା ବସଷ୍ଟାଣ୍ଡ ସ୍ଥିତ ପୂଜା ମଣ୍ଡପରେ ପହଞ୍ଚିବା ପରେ ଅଧିବାସ କରାଯାଇଥିଲା। ଗୁରୁବାର ରୀତିନୀତି ସହକାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। କୋଭିଡ କଟକଣା ଯୋଗୁଁ ଶୁକ୍ରବାର ସନ୍ଧ୍ଯାରେ ନିରାଡମ୍ବର ଭାବେ ସ୍ଥାନୀୟ ଉପରପଡାରୁ ମାନସିକ ଜୁଗାର ପହଞ୍ଚି ଥିଲା। ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇ ଶ୍ରଦ୍ଧାଳୁଗଣ ମାଁଙ୍କ ଦର୍ଶନ କରୁଥିବା ପରିଲକ୍ଷିତ ହୋଇଥିଲା। ମହେଶ ଦେବତା, ଜୟକ୍ରୁଷ୍ନ ଡନସନା କର୍ତ୍ତା ହୋଇଥିବାବେଳେ ରାଜେଶ ସେଠ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି। କିଶୋର ଚନ୍ଦ୍ର ପୁଜାରୀ ଚଣ୍ଡୀପାଠ କରୁଥିବାବେଳେ ହରି ନାରାୟଣ ତ୍ରିପାଠୀ, ଚନ୍ଦନ ଶର୍ମା, ରମାରମଣ ଗୁରୁ ପ୍ରମୁଖ ପୁରୋହିତ ଦାୟିତ୍ୱ ନିର୍ବାହ କରୁଛନ୍ତି। ସୁବାସ ପାଣିଗ୍ରାହୀ, ନେପାଳ ଗୁରୁ ପୂଜା କାର୍ଯ୍ୟରେ ପୁରୋହିତଙ୍କୁ ସହଯୋଗ କରୁଛନ୍ତି। ସୁବାସ ଛୁରା, କିଶୋର ସାହୁ, ସୂର୍ଯ୍ୟକାନ୍ତ ବାରିକ ପ୍ରମୁଖ ପୂଜା ମହୋତ୍ସବ କମିଟିର କର୍ମକର୍ତ୍ତାଗଣ ସକ୍ରିୟ ଭାବେ ସହଯୋଗ କରୁଛନ୍ତି।

LEAVE A REPLY

Please enter your comment!
Please enter your name here