ବିଜେପୁର, ୨୯|୧୧(ଓଡିଶାମେଲ)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଲାଉମୁଣ୍ଡା ମହାଦେବ ମନ୍ଦିର ପରିସରରେ ବିଜେପୁର ସର୍କଲର ଜୋନ ସ୍ତରୀୟ ପଞ୍ଚମ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମକ୍ତା ପଟେଲଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ବହୁ ମହିଳା ପୁରୁଷ ଯୋଗଦାନ କରିଥିଲେ। ସଂସାର ରଥର ଦୁଇଟି ଚକ ମହିଳା ଓ ପୁରୁଷ। ଆମ ସମାଜର କୌଳିକ ବ୍ରୁତ୍ତିକୁ ଆଗେଇ ନେବାରେ ଉଭୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଉଦ୍ୟାନକ୍ରୁଷି ସାମଗ୍ରୀର ଉତ୍ପାଦନ ଓ ବଜାରୀକରଣ ମହିଳା ସମାଜ ଉପରେ ବିଶେଷ ନିର୍ଭରଶୀଳ। ତେଣୁ ଆଧୁନିକ ଜ୍ଞାନ କୌଶଳର ସମ୍ମିଶ୍ରଣ ସହିତ ବ୍ୟାବସାୟିକ ଧାରାରେ ପରିବର୍ତ୍ତନ ଓ ପରିବର୍ଦ୍ଧନ ନିହାତି ଆବଶ୍ଯକ ବୋଲି ଆଇନଜୀବୀ ଯଦୁମଣି ପଟେଲ ମତବ୍ୟକ୍ତ କରିଥିଲେ। ବରିଷ୍ଠ ସଦସ୍ଯ ରଣଜିତ ପଟେଲ ସଂପୂର୍ଣ୍ଣ ନିଶାମୁକ୍ତ ଅଭିଯାନ ସହିତ ପାରିବାରିକ ଉତ୍ସବ ଅନୁଷ୍ଠାନର ସଂସ୍କାର କ୍ଷେତ୍ରରେ ମହିଳାମାନଙ୍କ ଅଗ୍ରଣୀ ଭୂମିକା ରହିଥିବାରୁ ଆଦର୍ଶ କୋଶଳିଆ ମାଳୀ ସମାଜ ଗଠନ ଉପରେ ଗୁରୁତ୍ବାରୋପ କରିଥିଲେ। ଭାରତ ସରକାର କ୍ରୁଷି ଓ କ୍ରୁଷକ ବିକାଶ ମନ୍ତ୍ରାଳୟ ତରଫରୁ ଏକୀକ୍ରୁତ ଉଦ୍ୟାନ କ୍ରୁଷି ମିଶନ ଆରମ୍ଭ କରିଛନ୍ତି।ତେଣୁ ଆମେ ଏହାର ସଦୁପଯୋଗ କରିବା ଉଚିତ୍ ବୋଲି ସାମାଜିକକର୍ମୀ ସୁଶାନ୍ତ ପଟେଲ କହିଥିେଲ। ଲାଉମୁଣ୍ଡାର ବିଶିଷ୍ଟ କଳାକାର ଦାମୋଦର ପଟେଲ ରାବଣ ଭୂମିକାରେ ଜୀବନ୍ତ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିବାରୁ ତାଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା। କଳ୍ପନା ପଟେଲ ଓ ଚନ୍ଦନା ପଟେଲଙ୍କୁ ମହିଳା ମଣ୍ଡଳୀର ପ୍ରମୁଖ ଭାବେ ଚୟନ କରାଯିବା ସହିତ ନିମାଇଁ, ଗୋକୁଳ, ଦାମୋଦର, ପାଣ୍ଡବ, ଅଶ୍ବିନୀ, ରାଇଧର, ଅନି, ଉପେନ୍ଦ୍ରଙ୍କୁ ନେଇ ଜୋନାଲ କମିଟି ଗଠନ କରାଯାଇଛି।

LEAVE A REPLY

Please enter your comment!
Please enter your name here