ଭୁବନେଶ୍ବର, ୪।୧୨(ଓଡିଶାମେଲ): ଦୁର୍ବଳ ହେଲା ବାତ୍ୟା ଜୱାଦ। ଏହି ବାତ୍ୟା ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବରୁ ପାଣିପାଗ ବିଭାଗ କହିଥିଲା । ତେବେ ଶନିବାର ଅପରାହ୍ନରେ ବାତ୍ୟା ଜୱାଦ ସମୁଦ୍ର ଭିତରେ ଦିଗ ପରିବର୍ତ୍ତନ କରି ଉତ୍ତର-ପୂର୍ବ ମୁହାଁ ହୋଇଛି । ଏହା ରବିବାର ପାରାଦ୍ବୀପ ଦେଇ ପଶ୍ଚିମବଙ୍ଗ ଯିବା ଅନୁମାନ କରାଯାଇଛି । ଫଳରେ ବାତ୍ୟାର ପ୍ରଭାବ ଓଡିଶା ଉପରେ ସେଭଳି ଅନୁଭୂତ ହେବନାହିଁ ବୋଲି ଜଣାପଡିଛି । ବାତ୍ୟା ପ୍ରଭାବରେ ରବିବାର ଉପକୂଳବର୍ତ୍ତୀ ପୁରୀ, ଗଜପତି, ଖୋର୍ଦ୍ଧା ସମେତ ଉତ୍ତର ଓଡିଶାରେ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ପବନର ବେଗ ୫୦-୬୦ ରହିବ । ପବନ ଦ୍ବାରା କୌଣସି କ୍ଷୟକ୍ଷତି ହେବନାହିଁ ବୋଲି ଅାଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here