ବିଜେପୁର, ୫|୧୨(ଓଡିଶାମେଲ)-ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପଡା ଗ୍ରାମର ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ବ୍ଯବସାୟୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ବିଜେପୁର ସଦରମହକୁମାର ଅଶୋକ ସିଠ (୫୪)। ମିଳିଥିବା ସୂଚନା ମୁତାବକ ଅଶୋକ ସିଠ ନିଜ ପଲସର ବାଇକରେ କନ୍ଧରାର ଦେବୀ ଗଡତୀୟା ସହିତ କୌଣସି କାମରେ ପହଣ୍ଡିରୁ ଘରକୁ ଫେରୁଥିଲେ। ହେଲେ ପଡା ଗ୍ରାମର ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରକୁ ଆଣିଥିଲେ। ଦେବୀ ଗଡତୀୟାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ହେଲେ ବାଇକ୍ ଚାଳକ ଅଶୋକ ସିଠଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତୁରନ୍ତ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ପରୀକ୍ଷା କରି ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ୍ ଖବର ପାଇ ଶବକୁ ଜବତ କରିବା ସହିତ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ତାଙ୍କର ଅକାଳ ବିୟୋଗରେ ବ୍ୟବସାୟୀ ସଂଘ ପକ୍ଷରୁ ରବିବାର ଦୋକାନ ଗୁଡିକ ବନ୍ଦ କରାଯାଇଥିଲା। ଜ୍ଯେଷ୍ଠ ପୁତ୍ର ବିକି ସିଠ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here