ପାଟଣାଗଡ, ୨୯।୭(ଓଡିଶାମେଲ): ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବେରବେରା ଗାଁର ଦେବରାଜ ପଧାନଙ୍କ ଗାଈ ଗୁହାଳରେ ଜଣେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହକୁ ବେଲପଡା ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତିର ପରିଚୟ ମିଳି ନ ଥିବା ବେଳେ କେଉଁ ପରିସ୍ଥିତିରେ ଏବଂ କିଏ ଏପରି କାଣ୍ଡ ଭିଆଇଛି, ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି । ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ ବେଲପଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ବେଲପଡା ତହସିଲଦାର ପ୍ରିୟରଞ୍ଜନ କୁମାର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here