କଳାହାଣ୍ଡି, ୨୯।୭(ଓଡିଶାମେଲ): କଳାହାଣ୍ଡି ଜିଲା ପୋଲିସ ଆନୁକୂଲ୍ୟରେ ଆଜି କର୍ଲାମୁଣ୍ଡା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ମ ରାମପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଅଧିର ଚନ୍ଦ୍ର ବିଶ୍ୱାସ, ଫାଣ୍ଡି କର୍ମଚାରୀ ନିଲୁ ରଥ ତଥା ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ । ଶିବିରରେ କୋଭିଡ-୧୯ କଟକଣା ଦୃଷ୍ଟିରୁ ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତା ବଜାୟ ରଖାଯାଇଥିଲା। ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଶିବିରରେ କର୍ଲାମୁଣ୍ଡା ଅଞ୍ଚଳର ସମାଜସେବୀ ଜଗନ୍ନାଥ ଚୌଧୁରୀ, ନନ୍ଦକିଶୋର ଭୋଇ, ଭବାନୀ ଶଙ୍କର କୁମାର, ସୁମନ୍ତ ସାହୁ, କିଶୋର ସୁନାନୀ, ଗଣେଶ୍ୱର କୁମାର, ଭାରତ ଭୂଷଣ ଷଡ଼ଙ୍ଗୀ, ପ୍ରଶାନ୍ତ ସାହୁଙ୍କ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ଯୋଗଦେଇ ରକ୍ତଦାନ କରିଥିଲେ।

କଳାହାଣ୍ଡି: ସନ୍ତୋଷ ବାରିକ

LEAVE A REPLY

Please enter your comment!
Please enter your name here