ଭଟଲି,୨୯।୭(ଓଡିଶାମେଲ): ବର୍ଷା ଋତୁରେ ଓଡ଼ିଶାରେ ଗ୍ରୀଷ୍ମ ଋତୁର ଭ୍ରମ ସୃଷ୍ଟି କରୁଛି । ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅଥୟ କରି ପକାଉଛି । ଏହା ସାଙ୍ଗକୁ ଭଟଲି ରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ପାଇଁ ଭଟଲିବାସୀ କଲବଲ ହେଉଥିବା ଅଭିଯୋଗ ହେଉଛି । ସାମାନ୍ୟ ବିଜୁଳି ସହିତ ବର୍ଷା ଆରମ୍ଭ ହେଲେ ବିଦ୍ୟୁତ୍ ବିଭ୍ରାଟ ଲୋକଙ୍କୁ ଅଶାନ୍ତ କରୁଛି । ଏପରିକି ବିଦ୍ୟୁତ୍ କାଟ ହେଲେ ଅଞ୍ଚଳବାସୀ ବିଦ୍ୟୁତ୍ ସଂଯୋଗ ହେବ କି ନାହିଁ ବୋଲି ସନ୍ଦିହାନ ରହୁଛନ୍ତି । ତେଣୁ ଏ ନେଇ ବିଭାଗୀୟ ଅଧିକାରୀ ଧ୍ୟାନ ଦେବାକୁ ଦୃଢ଼ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here