ଲୋଇସିଂହା,୩୦ ।୭(ଓଡ଼ିଶାମେଲ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗଡଶଙ୍କର ଡୁଙ୍ଗରିପାଲି ପଞ୍ଚାୟତର ଜିଆରଏସ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ବଲାଙ୍ଗୀର କୋଭିଡ ହସସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ବ୍ଲକର ଏମଜିଏନଆଇରଜିଏସ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଓ ସାଥୀ ଜିଆରଏସଙ୍କ ମଧ୍ୟରେ ଛନକା ପଶିଯାଇଛି । ବ୍ଲକର ରାଜୀବ ସେବା କେନ୍ଦ୍ରରେ ଏମଜିଏନଆଇରଜିଏସ ଓ ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ୩ଟି ବିଭାଗ କାର୍ଯ୍ୟ କରୁଛି । ଜିଆରଏସ ଜଣକ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ବ୍ଲକକୁ ଆସୁଥିଲେ । ଏହାବାଦ୍‍ କାର୍ଯ୍ୟ କରୁଥିବା ପଞ୍ଚାୟତ ଅଞ୍ଚଳର ୪ଖଣ୍ଡ ଗ୍ରାମର ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ଲୋଇସିଂହା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ସରିଯାଇଛି । ସେ ସିଧାସଳଖ ଲୋକଙ୍କ ସହ ଜଡିତ ଥିବାରୁ ୬୦ରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି ଓ ସେମାନଙ୍କ ସ୍ୱାବ୍‍ ସଂଗଗ୍ରହ କରି ପରୀକ୍ଷଣ ପାଇଁ ପଠାଯିବ ବୋଲି ପିଏଚଓ ରମେଶ ସାହୁ କହିଛନ୍ତି । ଏ ସମ୍ପର୍କରେ ବିଡିଓ ରାମଚନ୍ଦ୍ର ଖାଡିଆ କୁହନ୍ତି, କିଛିିଦିନ ହେଲା ସଂକ୍ରମିତ ଜଣକ ବ୍ଲକକୁ ଆସୁ ନ ଥିଲେ । ତଥାପି ବ୍ଲକ ପରିସରରକୁ ସାନିଟାଇଜ କରାଯିବ ବୋଲି ସେ କହିଛନ୍ତି । କିଛିଦିନ ପୂର୍ବରୁ ବ୍ଲକର ଆଇଏୱଇ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଭାଇ ପଜିଟିଭ ଚିହ୍ନଟ ହୋଇଥିଲେ । ବଲାଙ୍ଗୀର ସଦର ତହସିଲରେ କାର୍ଯ୍ୟରତ ଆଗଲପୁର ବ୍ଲକ ନଅଗାଁ (ଖ) ଗ୍ରାମର ଜଣେ ଯୁବତୀ ପଜିଟିଭ଼ ଚିହ୍ନଟ ହୋଇଛନ୍ତି । ସେ ତାଙ୍କ ଠିକଣା ଲୋଇସିଂହା ଦେଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରୁଛି ।

LEAVE A REPLY

Please enter your comment!
Please enter your name here